ସ୍ମାର୍ଟସିଟି ଭୁବନେଶ୍ୱରକୁ ୱାଇଫାଇ କରାଯିବ । ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପୂର୍ବରୁ ସ୍ମାର୍ଟସିଟିର ରୂପରେଖ ବଦଳିଯିବ । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏହି ଘୋଷଣା କରିଛନ୍ତି । ଏହାସହିତ ରାଜଧାନୀରେ ନୂଆ ୧୦୦ଟି ସିଟି ବସ ଗଡିବା ସହିତ ୮୦ କିଲୋମିଟର ପର୍ଯ୍ୟନ୍ତ ୱାଲପେଣ୍ଟିଂ କରାଯିବ, ଯେଉଁଥିରେ ଓଡିଶାର କଳା ଓ ଐତିହ୍ୟ ସ୍ଥାନ ପାଇବ । ଚଳିତ ମୌସୁମୀରେ ରାଜଧାନୀବାସୀ ଯେଉଁ ସବୁ ଅସୁବିଧାର ସାମ୍ନା କରିଛନ୍ତି ତାହା ଖୁବଶୀଘ୍ର ଦୂର ହେବ ବୋଲି ମେୟର ପ୍ରତିଶୃତି ଦେଇଛନ୍ତି । ରାଜ୍ୟର ସବୁ ମହାନଗର ନିଗମ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛନ୍ତି ।
ଭୁବନେଶ୍ୱରରେ ଏକ ନିରାଡମ୍ବର ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ବ୍ରହ୍ମପୁରରେ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଯୋଗ ଦେଇଛନ୍ତି । ବିଏମସିକୁ ସ୍ୱଚ୍ଛ ରଖିବାକୁ ସେ ବାର୍ତ୍ତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here