ଭୁବନେଶ୍ୱରରେ ଘରେ ପଶି ମା, ଝିଅଙ୍କୁ ଛୁରାମାଡ ମାମଲାରେ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି । ରୂପେଶକୁ ଅଟକ ସହ କମିଶନରେଟ ପୋଲିସର ପଚରାଉଚରା ଜାରି ରହିଛି । ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରିଛି । ଗତ ୧ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ ହୋଇଥିଲା । ପଡୋଶୀ ଘରର ଯୁବକ ଘରେ ପଶି ଛୁରାମାଡ କରିଥିବା ଅଭିଯୋଗ ହୋଇଥିଲା । ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିଲେ । ମା , ଝିଅଙ୍କୁ ଆକ୍ରମଣ କରିବାବେଳେ ଯୁବକ ନିଜେ ବି ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here