ଆଜି ଏକାଠି ବସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଅପରାହ୍ନ ୪ଟା୩୦ ମିନିଟରେ ଭୁବନେଶ୍ୱରରେ ପହଁଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅପରାହ୍ନ ୫ଟା ୫୦ ମିନିଟରେ ଦୁଇ ରାଜ୍ୟ ମୁଖିଆଙ୍କ ମଧ୍ୟରେ ହେବ ଆଲୋଚନା । ଲୋକସଭା କନଭେକ୍ସନ ସେଣ୍ଟରରେ ବୈଠକ ବସିବ । ଉଭୟଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ଜାରି ରହିବ । ସଂଧ୍ୟା ୭ଟାରେ ଜଗନ ମୋହନ ରେଡ୍ଡୀ ଆନ୍ଧ୍ର ଫେରିଯିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟ ମଧ୍ୟରେ ସୀମା ପୋଲାଭରମ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ଉପରେ ଆଲୋଚନା ହୋଇପାରେ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସହ ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ରାଜ୍ୟ । ଏଥିସହିତ ଦୀର୍ଘ ଦିନ ଧରି ଚାଲୁ ରହିଥିବା ପୋଲାଭରମ ପ୍ରସଙ୍ଗରେ ବିସ୍ତ୍‌ୃତ ଆଲୋଚନା କରାଯାଇ ସମାଧାନର ବାଟ କଢାଯିବ । କଂଗ୍ରେସ ଏନେଇ ବିଜେଡିର ଦାବିକୁ ସମର୍ଥନ ଜଣାଇଛି ।
ଏପଟେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଛି। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ଥିବା ବେଳେ ଏଭଳି ସମୟରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ହେଉଥିବାରୁ ଏ ପ୍ରସଙ୍ଗ ଉତ୍ଥାପନ ଓ ଆଲୋଚନା ପାଇଁ ଏହା ବଡ ସୁଯୋଗ ହୋଇପାରେ।

LEAVE A REPLY

Please enter your comment!
Please enter your name here