ଭିଜିଲାନ୍ସ ଟିମ୍ ଚଢାଉ ଭୟରେ ଲକ୍ଷ ଲକ୍ଷ ଟଙ୍କା ଫିଙ୍ଗିଦେଲେ ସରକାରୀ ବାବୁ । ଗୋଟିଏ ପେଟିରେ ବିଡା ବିଡା ଟଙ୍କା ଭର୍ତ୍ତି କରି ବାହାରକୁ ଫିଙ୍ଗିଦେଲେ । ପଡିଶା ଘରର ଛାତ ଉପରୁ ୨୦ ଲକ୍ଷ ଟଙ୍କା ମିଳିଥିବାବେଳେ ଘରୁ ୧୮ ଲକ୍ଷ ଟଙ୍କା ଉଦ୍ଧାର କରିଛି ଭିଜିଲାନ୍ସ ଟିମ୍ । ସକାଳେ ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କର ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଭୁବନେଶ୍ୱର ଆଇଆରସି ଭିଲେଜର ହାଉସ ନଂ-୪୧୬ରେ ରହୁଥିବା ପ୍ରତାପ ଭିଜିଲାନ୍ସ ଟିମକୁ ଦେଖି ଗୋଟିଏ ପେଟିରେ ଭର୍ତ୍ତି କରି ଲକ୍ଷ ଲକ୍ଷ ଟଙ୍କା ପଡିଶାଘରର ଛାତ ଉପରକୁ ଫିଙ୍ଗି ଦେଇଥିଲେ । ତେବେ ଭିଜିଲାନ୍ସ ଟିମ୍ ସେହି ଟଙ୍କାକୁ ଜବତ କରିଛି ।

ଖାଲି ସେତିକି ନୁହେଁ କେବଳ ଭୁବନେଶ୍ୱରରେ ପ୍ରତାପଙ୍କ ୧୭ଟି ପ୍ଲଟ ଏବଂ ୨ଟି କୋଠା ଠାବ କରିଛି ଭିଜିଲାନ୍ସ । ବାସୁଦେବପୁରରେ ୫ଟି ପ୍ଲଟ, ଗୋଟିଏ କୋଠା ଠାବ କରିଛି ଭିଜିଲାନ୍ସ । ଆଜି ସକାଳେ ପ୍ରତାପଙ୍କର ଅଫିସ , ବାସଗୃହ , ଭଡାଘର ଏବଂ ପୈତୃକ ବାସଭବନ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ପ୍ରତାପ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଚଢାଉର ପ୍ରାଥମିକ ଆକଳନରୁ ଜଣାପଡିଛି । ଭୁବନେଶ୍ୱର ଜୟଦେବ ବିହାରରେ ଥିବା ୪ ତାଲା ବିଶିଷ୍ଟ ଘର, ଖଣ୍ଡଗିରୀ, ଜୟଦେବ ବିହାରରେ ଥିବା ନରେନ୍ଦ୍ର ଭିର୍ଲାରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ଥିବା ପାଞ୍ଚମହଲା କୋଠା ମଧ୍ୟ ରେଡ୍ କରିଛି । ସେହିଭଳି ଭଦ୍ରକ ବାସୁଦେବପୁର, ବାଲିସାହିର ତିନି ତାଲା ବିଲ୍ଡିଂ , ବାଲେଶ୍ୱର ସିମୁଳିଆରେ ଥିବା ନିଜ ଘରେ ଚଢାଉ କରିଛି ଟିମ୍ ।

LEAVE A REPLY

Please enter your comment!
Please enter your name here