କରୋନା ଭାଇରସର ନୂଆ ଭାରିଆଣ୍ଟ ନେଇ ସାରା ବିଶ୍ୱରେ ହଇଚଇ । ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଗତକାଲି ଡବ୍ଲ୍ୟୁଏଚଓର ଟେକ୍ନିକାଲ ଆଡଭାଇଜରୀ ଗ୍ରୁଫର ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ଏହି ଭାଇରସକୁ ଓମିକ୍ରନ ନାମରେ ନାମିତ କରାଯାଇଛି । କେବଳ ଏତିକି ନୁହେଁ ଭାରିଅଣ୍ଟ ଅଫ କନସର୍ଣ୍ଣ ତାଲିକାରେ ଦର୍ଶାଇଛି ହୁ । ତେବେ ଭୟବୀତ ନହେବାକୁ ପରାମର୍ଶ ଦିଆଯାଇଛି । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱରେ ସତର୍କ ଘଣ୍ଟି ବାଜିଛି । ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା , ହଂକଂ, ଇସ୍ରାଏଲ , ବେଲଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି । ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ୨୨ ଜଣ ସଙ୍କ୍ରମିତ ହୋଇସାରିଲେଣି । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଅଣ୍ଟାଭିଡିଛନ୍ତି । ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ବାହାରୁ ଆସୁଥିବା ଯାତ୍ରୀଙ୍କର ଟେଷ୍ଟିଂକୁ ଜରୁରୀ କରାଯାଇଛି । କରୋନାର ଏହି ନୂଆ ଭାରିଆଣ୍ଟ ୩୨ ଥର ନିଜର ରୂପ ବଦଳାଇ ସାରିଛି ।

LEAVE A REPLY

Please enter your comment!
Please enter your name here