ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ବାତ୍ୟାରେ ପରିଣତ ହୋଇଥିବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ଜୱାଦ୍ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି । ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ । ଉକପୂଳ ଛଇଁବା ପରେ ଏହା କ୍ରମେ ଦୂର୍ବଳ ହେବ । ଆଜି ସଂଧ୍ୟାରୁ ଓଡିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ । କାଲି ଉପକୂଳ ଓଡିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଜୱାଦର ପ୍ରକୋପ ଗୁଲାବ ଠାରୁ ଟିକେ ଅଧିକ ରହିବ । ସମୂଦ୍ରରେ ନିୟମିତ ଜୁଆର ଠାରୁ ଅଧିକ ୧ ମିଟର ଜୁଆର ଉଠିପାରେ ।

LEAVE A REPLY

Please enter your comment!
Please enter your name here