ଘରେ ପହଁଞ୍ଚିଲେ ବିରଜୁ କୁଲୁ । ୨୫ ବର୍ଷ ପରେ ସେ ନିଜ ଘରକୁ ଫେରିଛନ୍ତି । ଦୀର୍ଘ ୨୫ ବର୍ଷ ପାକିସ୍ତାନ ଲାହୋର ଜେଲରେ ଜୀବନ କାଟି ନିଜ ଜନ୍ମମାଟିକୁ ଫେରିଛନ୍ତି ବିରଜୁ । କୁତ୍ରାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କଟଙ୍ଗ ଗାଁରେ ଖେଳିଯାଇଛି ଖୁସିର ମାହୋଲ । କୁତ୍ରାରେ ବିରଜୁଙ୍କୁ ସ୍ୱାଗତ କରାଯିବା ପରେ ବ୍ଲକ ଅଫିସକୁ ତାଙ୍କୁ ପାଛୋଟି ନିଆଯାଇଥିଲା ।କୁତ୍ରାରୁ ବିରଜୁଙ୍କୁ କଟଙ୍ଗ ନିଆଯିବ ୨୫ ବର୍ଷ ତଳେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ ବିରଜୁ । ପାକିସ୍ତାନ ପୁଲିସ ତାଙ୍କୁ ଧରି ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ଅମୃତସରକୁ ଅଣା ଯାଇଥିଲା । ଏହାପରେ ସୁନ୍ଦରଗଡ଼ ପ୍ରଶାସନର ସହାୟତାରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here