ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ବିଧାନସଭା ପରିସରରେ ୩ ଦଳର ହାଇଡ୍ରାମା ଦୃଶ୍ୟ । ଆଜି ବିଜେଡି, ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ଘଣ୍ଟ ବାଡେଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହିତ ବିଧାନସଭା ପରିକ୍ରମା କରିଥିଲେ । ଅନ୍ୟପଟେ କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ସଦସ୍ୟମାନେ ବି ଗୃହରେ ଜଗନ୍ନାଥ ଜଳ ଛିଞ୍ଚି ଥିଲେ । ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଜେଡି ସଦସ୍ୟମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିବାବେଳେ ବିଜେପି ସଦସ୍ୟମାନେ ବିକ୍ଷୋଭ କରିଛନ୍ତି । କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି । ଗତ ୫ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଏ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

LEAVE A REPLY

Please enter your comment!
Please enter your name here