ଆଉ ନାହାଁନ୍ତି ସମସ୍ତଙ୍କ ପ୍ରିୟ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ଏହି ସୂଚନା ଦେଇଛନ୍ତି । ଆଜି ଦିନ ୧ଟା ୨୮ରେ ପରଲୋକ ନେଇ ସମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ହୋଇ କିଛିଦିନ ହେଲା ଚିକିତ୍ସାଧୀନ ଥିଲେ ନନ୍ଦ ସାର୍ । ଚାଟଶାଳୀରେ ପିଲାଙ୍କୁ ମାଗଣାରେ ପାଠ ପଢାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର୍ । ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ସମଗ୍ର ଦେଶରେ ନନ୍ଦ ସାର୍ ଚର୍ଚ୍ଚାରେ ଥିଲେ ।

LEAVE A REPLY

Please enter your comment!
Please enter your name here