ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସକୁ ଲାଗିଛି ଝଟକା । ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ପୋଲିସ ପକ୍ଷରୁ ଦାୟର ରିଭିଜନ ପିଟିସନ ଖାରଜ କରିଦେଇଛନ୍ତି ସାଲେପୁର ଏଡିଜେ । ପୁନଃ ତଦନ୍ତ ଏବଂ ସିଡିଆର ଦାଖଲ ପାଇଁ ଜେଏମଏଫସି ଦେଇଥିବା ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ପୋଲିସ । ଏସପିଙ୍କ ଚିଠି ଓ ମାହାଙ୍ଗା ଆଇଆଇସିଙ୍କ ସତ୍ୟପାଠ ଜରିଆରେ ରିଭିଜନ ଚାହିଁଥିଲା ପୋଲିସ । ତେବେ ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଦେଇଛନ୍ତି ଏଡିଜେ । ପ୍ରୋଟେଷ୍ଟ ପିଟିସନ ବଳରେ ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି । ଚାର୍ଜସିଟରେ ମନ୍ତ୍ରୀଙ୍କର ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲ ଜେଏମଏଫସି । ୩ ଜଣଙ୍କ କଲ ଡିଟେଲ୍ସ ରେକର୍ଡ ଦାଖଲ କରିବା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସିଙ୍କ ଆଦେଶ ଉପରେ ରିଭିଜନ ପିଟିସନ ଫାଇଲ କରିଥିଲା ପୋଲିସ । ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନ ଗୋ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here