ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଆସନ୍ତା 31 ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ ତ୍ରିପାଠୀ ଅବସର ନେବା ପରେ ସୁରେଶ ଦାୟିତ୍ବ ନେବେ । ତେବେ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ଏଥିସହିତ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତ ଦିଆଯାଇଛି । ତେବେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭଳି ନୂଆ ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯାଇଛି । ଶ୍ରୀ ତ୍ରିପାଠୀ ପରାମର୍ଶଦାତା ଭାବେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିଭିତ୍ତିକ ଶିଳ୍ପ କ୍ଷେତ୍ରରେ ପରାମର୍ଶ ଦେବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here