ଚୀନରେ ଲକ୍ ଡାଉନ୍ । ଦେଶର ସର୍ବାଧିକ ଜନବହୁଳ ସହର ଜିଆନରେ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ୍ ସରକାର । 130 ଲକ୍ଷ ଲୋକ ବସବାସ କରୁଥିବା ଜିଆନ୍ ସହର ପାଇଁ ସରକାର କଡା କଟକଣା ଜାରି କରିଛନ୍ତି । ପ୍ରତି ଦିନେ ଛଡା ଦିନେ ଘରର କେବଳ ଜଣେ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ ବାହାରିପାରିବେ ବୋଲି କୁହାଯାଇଛି । ଏକାଥରେ 127 ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଚୀନ୍ ସରକାର ଏହି ପଦକ୍ଷେପ ନେଇଛନ୍ତି । କୌଣସି ସ୍ଥାନରେ ଲୋକଙ୍କ ଭିଡ ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।