ଚର୍ଚ୍ଚିତ ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ । ସୁମିତଙ୍କ ଛୁଟି ବଢାଇବା ନେଇ ତାଙ୍କ ଓକିଲ ସୁରେନ୍ଦ୍ର ବେହେରା ଏହି ସୂଚନା ଦେଇଛନ୍ତି ।
ମାସେରୁ ଅଧିକ ଦିନ ହେବ ତପସ୍ୱିନୀ-ସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ। ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସିନ ପକାଇଥିଲେ। ହେଲେ ଏହାକୁ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି। ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି।

LEAVE A REPLY

Please enter your comment!
Please enter your name here