ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା I ଡିସେମ୍ବର 25 ତାରିଖରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ I ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରିଛନ୍ତି I କେବଳ କୋଭିଡ କଟକଣା ଭିତରେ ବାହାଘର ଓ ଶ୍ରାଦ୍ଧୋତ୍ସବକୁ ସରକାର ଅନୁମତି ଦେଇଛନ୍ତି I

ଜାରି କଟକଣା ଅନୁଯାୟୀ ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବ I
50 ଜଣଙ୍କୁ ନେଇ ବଡଦିନ ପାଳନ କରିବାକୁ ଅନୁମତି I
ଜିରୋ ନାଇଟ ସେଲିବ୍ରେସନ ନିଷେଧ I
ହୋଟେଲ, ରେଷ୍ଟୁରାଂଟ, କ୍ଲବ, କଲ୍ୟାଣମଣ୍ଡପ ସବୁଠି କଟକଣା I
ବଣଭୋଜି ଓ ପିକନିକ୍ ମନା I
ସମାବେଶ, ସାଂସ୍କୃତିକ କାର୍ୟକ୍ରମ ନିଷେଧ I
କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ I

LEAVE A REPLY

Please enter your comment!
Please enter your name here