ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣ ଗିରଫ ହୋଇଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରିଛି ସିବିଆଇ । ଓଏସଏଲର ଠିକାଦାର ସୁମନ୍ତ ରାଉତ୍‌, ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁ , କେସିଟି ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ ମିତ୍ରଙ୍କୁ ଗିରଫ କରିଛି ସିବିଆଇ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଶିଳ୍ପପତି ମହିମା ମିଶ୍ର । ତେବେ ହାଜରବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା କହିଛନ୍ତି,ସିବିଆଇ ମୋତେ ନୋଟିସ କରିଥିଲା ତେବେ କାହିଁକି ଡାକିଛି ମୁଁ ଜାଣିନି ବୋଲି ସେ କହିଥିଲେ । ଆଇନ ଉପରେ ଶତ ପ୍ରତିଶତ ଭରସା ରହିଛି ବୋଲି କହିଛନ୍ତି ମହିମା ମିଶ୍ର ।
ମହିମାଙ୍କୁ ପାରାଦୀପ ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ଜେରା କରାଯାଇଥିଲା । ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା । ଭୁବନେଶ୍ୱର ସିବିଆଇ ଅଫିସରେ ସାଢେ ୪ ଘଣ୍ଟା ଧରି ଚନ୍ଦନଙ୍କୁ ପଚରାଉଚରା କରିଥିଲା ସିବିଆଇ । ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍‌କୁ ନେଇ ଜେରା ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here