ଜଣେ ବ୍ୟବସାୟୀଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ (ସିବିଆଇସି) ବିଭାଗ ପକ୍ଷରୁ ଚଢାଉ ବେଳେ ବ୍ୟବସାୟୀଙ୍କ ଘରୁ ଏମିତି ଟଙ୍କା ମିଳିଲା ଯେ, ଚଢଉ କରିବାକୁ ଯାଇଥିବା ଅଧିକାରୀ ତାଜୁବ୍ ହୋଇଗଲେ । ସିବିଆଇସି ଅଧିକାରୀମାନେ ଘର ଭିତରୁ ଯେତେ ଖୋଜିଲେ, ସେତେ ଟଙ୍କା ପାଇଲେ । ପାହାଡ ଭଳି ଗଦା ହୋଇଗଲା ବିଡା ବିଡା ଟଙ୍କା । ଟଙ୍କା ଗଣିବା ପାଇଁ 3ଟି କାଉଣ୍ଟିଂ ମେସିନ ଲାଗିଲା । ସିବିଆଇସି ଇତିହାସରେ ଏତେ ଟଙ୍କା ଜବତ ହେବା ରେକର୍ଡ ବୋଲି କୁହାଯାଇଛି ।
ବ୍ୟବସାୟୀ ଜଣଙ୍କ ହେଉଛନ୍ତି କାନପୁରର ପିୟୁଷ ଜୈନ । ପରଫ୍ୟୁମ ଓ ଶିଖର ବ୍ରାଣ୍ଡ ପାନମସଲା କଂପାନୀର ମାଲିକ ଶ୍ରୀ ଜୈନଙ୍କ ଉତ୍ତର ପ୍ରଦେଶ, ଗୁଜରାଟ ଓ ମୁମ୍ବାଇ ସ୍ଥିତ ଅଫିସ ଓ ଘରେ ସିବିଆଇସି ଟିମ୍ ଚଢଉ କରିଥିଲା । ସରକାରଙ୍କୁ ବିପୁଳ ଟିକସ ଫାଙ୍କିଥିବା ଅଭିଯୋଗରେ ଏହି ଚଢଉ ହୋଇଥିଲା । ଟଙ୍କା ଗଣିବା ପାଇଁ କାନପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀଙ୍କ ସହାୟତା ନେଇଥିଲେ ସିବିଆଇସି ଟିମ୍ । ରିପୋର୍ଟ ମିଳିବା ପର୍ଯ୍ୟନ୍ତ 24 ତାରିଖ ଅପରାହ୍ନ ସୁଦ୍ଧା ଟଙ୍କା ଗଣା ସରି ନ ଥିବା ବେଳେ ଚଢଉ କରିଥିବା ଅଧିକାରୀଙ୍କ ସୂଚନା ମୁତାବକ ଜବତ ଟଙ୍କାର ପରିମାଣ ଦେଢଶହ କୋଟିରୁ ଅଧିକ ହେବ ।

LEAVE A REPLY

Please enter your comment!
Please enter your name here