ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ସାଧୁ କାଳୀଚରଣ ମହାରାଜା । ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ଓ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିଥିବା ସାଧୁ କାଳୀଚରଣ ମହାରାଜାଙ୍କୁ ଗିରଫ କରିଛି ରାୟପୁର ପୋଲିସ ।
ରାୟପୁରରେ ଅନୁଷ୍ଠିତ ଏକ ଧର୍ମସଭାରେ ଉଦବୋଧନ ଦେବାବେଳେ କାଳୀଚରଣ କହିଥିଲେ ସଂଖ୍ୟାଲଘୁ ମାନଙ୍କର ଲକ୍ଷ୍ୟ ହେଉଛି ରାଜନୀତି ମାଧ୍ୟମରେ ଦେଶକୁ ଅକ୍ତିଆର କରିବା । ଏହାସହ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ଜନକ ମନ୍ତବ୍ୟ ଦେଇଥିଲେ କାଳୀ ଚରଣ । ଏହାକୁ ଭିତ୍ତି କରି କାଳୀଚରଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ଏହାପରେ କାଳୀଚରଣ ଫେରାର ହୋଇଯାଇଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଖଜୁରାହ ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ବାଗେଶ୍ୱର ଧାମ ନିକଟରେ ଏକ ଭଡା ଘରେ ରହୁଥିଲେ କାଳୀଚରଣ । ସୂଚନା ପାଇ ପୋଲିସ ତାଙ୍କୁ ଗିରଫ କରିଛି । ଭୋର ୪ଟାରେ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ ଆଜି ସଂଧ୍ୟାରେ ରାୟପୁର ଆଣିବ ପୋଲିସ ।
ସେପଟେ କାଳୀଚରଣଙ୍କ ଗିରଫକୁ ମଧ୍ୟପ୍ରଦେଣ ସରକାର ତରଫରୁ ବିରୋଧ କରାଯାଇଛି। ଛତିଶଗଡ ପୁଲିସର ଏଭଳି ଆଚରଣକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଯଦି ଛତିଶଗଡ ସରକାର ଚାହିଁଥାନ୍ତେ, ତେବେ ନୋଟିସ ଦେଇ ତାଙ୍କୁ (କାଳୀଚରଣ ମହାରାଜ) ଡାକି ପାରିଥାନ୍ତେ। ମଧ୍ୟପ୍ରଦେଶ ଡିଜିପିଙ୍କୁ ଛତିଶଗଡର ଡିଜିପିଙ୍କ ସହ କଥା ହେବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here