ଜାନୁଆରୀ ୮ ତାରିଖ ପରେ କରୋନା ଟିକା ନେବେ ମାଟ୍ରିକ ପିଲା । ତେବେ ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ-୧ ପରୀକ୍ଷା ହେଉଥିବାରୁ ଏପରି ନିଷ୍ପତ୍ତିି ନିଆଯାଇଛି । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧକ୍ଷ୍ୟତାରେ ବସିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହେବ । କାଲିଠାରୁ ଏକାଦଶ , ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟିକାକରଣ କରାଯିବ ।