ତପୁଙ୍କ ସ୍ୱର ଶୁଭିବ । କିନ୍ତୁ ନୂଆ ନୁହେଁ , ଶୁଣିବା କେବଳ ସେ ବିଗତ ଦିନରେ ଗାଇଥିବା ଗୀତ । ଖୋଲା ହୃଦୟ , ବେଶ୍ ମିଳାପି ଥିଲେ ତପୁ । ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଗକୁ ଅନେକ ସ୍ୱପ୍ନ ଦେଖିଥିବା ତପୁ ଅଧାରୁ ଯେ ଚାଲିଯିବେ ଏକଥାକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି ।
ଅନେକ ରିଅଲିଟି ସୋ’ରେ ତାଙ୍କୁ ଦେଖିବାକୁ ମିଳୁଥିଲା । ସବୁବେଳେ ବେଶ୍ ବିନ୍ଦାସ ଏବଂ ଖୋଲା ହସ ତାଙ୍କ ମୁହଁରେ ଦେଖିବାକୁ ମିଳେ । ହେଲେ ମୃତ୍ୟୁ ଯେ ତାଙ୍କ ନିକଟତର ହେଉଥିଲା ଏକଥା କାହାକୁ ବି ଜଣା ନଥିଲା ।
ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଶୁଣାଇଛନ୍ତି । ସୋସିଆଲ ମିଡିଆରେ ପ୍ରାୟ ସମୟ ସେ ଦର୍ଶକଙ୍କ ସହ ଯୋଡି ହୋଇ ରହୁଥିଲେ । ଇନଷ୍ଟାଗ୍ରାମରେ ଲାଇଭ୍ ଆସି ଦର୍ଶକଙ୍କ ଅନୁରୋଧରେ ଗୀତ ବି ଗାଉଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । କମ୍ ବୟସରେ ସେ ସମସ୍ତଙ୍କୁ ପର କରି ଅଫେରା ଦୁନିଆକୁ ଚାଲିଯାଇଛନ୍ତି ।
ହାତରେ ଶଙ୍ଖା, ମଥାରେ ସିନ୍ଦୁର, ପାଟ ପିନ୍ଧି ସଧବା ବେଶରେ ଆଜି ଅନ୍ତିମ ବିଦାୟ ନେଇଛନ୍ତି ତପୁ । ମୃତ୍ୟୁ ଖବର ପାଇ ତାଙ୍କ ପ୍ରଶସଂକ, ପରିବାର, ସାଙ୍ଗ, ସାଥୀ ହତବାକ୍ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here