ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ । ସିଟ୍ ସଂରକ୍ଷଣରେ ଆଦିବାସୀମାନଙ୍କୁ ଅଣଦେଖା କରାଯାଇଥିବାର ଅଭିଯୋଗ କରି ଆନ୍ଦୋଳନ ଡାକରା ଦେଇଛି ସଂଘ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀମାନେ ଶୋଭାଯାତ୍ରାରେ ଆସି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକାଠି ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀଙ୍କର ମହାମେଳି ହୋଇଛି । ୮/୧୦/୨୦୨୧ ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ ରଖିବାକୁ ସେମାନେ ଦାବି କରିଛନ୍ତି । ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଥିବା ସରକାରୀ ବିଗ୍ୟାପନ ଚିରି ଦେଇଛନ୍ତି । ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ମହାମେଳିରେ ସାମିଲ ହୋଇଛନ୍ତି ।