ଘରେ ଏକୁଟିଆ ଥିଲେ ଦିବ୍ୟାଙ୍ଗ ନାବାଳିକା । ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ପଶିଲେ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ । ନିଜର କାମ ଲାଳସା ମେଣ୍ଟାଇବାକୁ ଯାଇ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲା ଜେଠାରାମ । ମୟୁରଭଂଜ ବଡସାହି ଅଞ୍ଚଳରେ ଘଟିଥିବା ଏହି ଜଘନ୍ୟ ଅପରାଧ ସଂପର୍କରେ ଜଣାପଡିବା ପରେ ଏକାଠି ହୋଇଥିଲେ ଗାଁ ଲୋକେ । ମାତ୍ର ନାବାଳିକା ପରିବାରକୁ ନ୍ୟାୟ ଦେବା ବଦଳରେ ଗାଁର ମୂରବୀମାନେ ଜେଠାରାମ ଠାରୁ 90 ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ବାବା ଗାଁ ଲୋକଙ୍କୁ ପାଞ୍ଚହଜାର ଟଙ୍କା ଦେଇ ଖସି ପଳାଇଥିଲା । ଗତ 23 ତାରିଖରେ ଏହି ଅଘଟଣ ଘଟିଥିଲେ ହେଁ ଜୋରିମାନା ଆଦାୟ କରି ଦୁଷ୍କର୍ମ ଭଳି ମାମଲାକୁ ଦଫାରଫା କରିଦେଇଥିଲା ଗାଁ କମିଟି । କିନ୍ତୁ ଦୁଷ୍କର୍ମ ପରେ ପୀଡିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଫଳରେ ଦୁଷ୍କର୍ମ ସଂପର୍କରେ ଜଣାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା । ଆଜି ପୋଲିସ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here