ସି-ସୋର ଚିଟଫଣ୍ଡ ଲିଙ୍କ୍ ରେ ସଂପୃକ୍ତ ଥିବା ଶୁଭଙ୍କର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କରଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ମାଡ ମାରିଥିବା ଅଭିଯୋଗରେ ରବିବାର ରାତିରେ ଶୁଭଙ୍କରକୁ ଗିରଫ କରିଛି ପୋଲିସ । ମହିଳା ଜଣକ ଖାରବେଳ ନଗର ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଶୁଭଙ୍କରଙ୍କୁ ଭୁବନେଶ୍ୱର ରେଳଷ୍ଟସନ ନିକଟରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରେ ପହଂଚି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଥିଲା ।

୨୦୧୪ ନଭେମ୍ବର ୧୮ ତାରିଖରେ ସି-ସୋର ଚିଟଫଣ୍ଡ ଲିଙ୍କରେ ଶୁଭଙ୍କରକୁ ଗିରଫ କରିଥିଲା ସିବିଆଇ । ଗତ ୨୦୧୭ ଅଗଷ୍ଟ ୧ରେ ହାଇକୋର୍ଟରୁ ଜାମିନ ପାଇଥିଲେ ଶୁଭଙ୍କର । ବର୍ତ୍ତମାନ ଆସିଥିବା ଅଭିଯୋଗ କ୍ରମେ ଘଟଣାର ଯାଞ୍ଚ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here