ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଓଡିଶାର ୭ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ବିଶିଷ୍ଟ ଓଡିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପାରା ଆଥାଲେଟ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ସେହିଭଳି ସମାଜସେବା କ୍ଷେତ୍ରରେ ଶ୍ରୀମଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ପଦ୍ମଶ୍ରୀରେ ସମ୍ମାନିତ ହେବେ ଆଦିତ୍ୟ ପ୍ରସାଦ ଦାଶ । କଳାକ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ କଣ୍ଠଶୀଳ୍ପି ଶ୍ୟାମାମଣୀ ଦେବୀ ପଦ୍ମଶ୍ରୀ ପାଇବେ । ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ମିଳିବ । ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବରେ ପଦ୍ମଶ୍ରୀ ମିଳିବ ।

LEAVE A REPLY

Please enter your comment!
Please enter your name here