ରାଜ୍ୟରେ କରୋନା ସଂକ୍ରମଣ କମିଥିବା କୁହାଯାଉଥିଲେ ହେଁ ଆଗକୁ ଶୀତ ଆସୁଥିବାରୁ ଅବହେଳା କଲେ ସଂକ୍ରମଣ ପୁଣି ବଢିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା I ସେପ୍ଟେମ୍ବର 11ରୁ 25 ଭିତରେ ଦୈନିକ 4200 କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ 25 ତାରିଖ ପରଠାରୁ ଅପେକ୍ଷାକୃତ ହ୍ରାସ ପାଇଛି I ଦୈନିକ ଦୁଇ ହଜାରରୁ ଅଢେଇ ହଜାର ସଂକ୍ରମିତ ଚିହ୍ମଟ ହେଉଥିଲେ ମଧ୍ୟ ବିପଦ ଆଶଙ୍କା ଟଳିନି I ବର୍ଷା ପାଇଁ ଟେଷ୍ଟିଂ ହାର କମିଥିଲେ ମଧ୍ୟ ଦୈନିକ ପଚାଶ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି I କରୋନା ପଜିଟିଭ ହାର ମଧ୍ୟ କମିବା ଭଲ ଟ୍ରେଣ୍ଡ ବୋଲି ସେ କହିଛନ୍ତି I ତେବେ ଶୀତଋତୁରେ ଫ୍ଲୁ ର ପ୍ରକୋପ ବଢିବା ସମ୍ଭାବନା ଥିବାରୁ ଲୋକେ ଯଦି ଅବହେଳା କରନ୍ତି, ତେବେ କରୋନାର ଭୟାବହତା ବୃଦ୍ଧି ପାଇବ ବୋଲି ସେ ସତର୍କ କରାଇ ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here