ପୁରୀ ଇଣ୍ଟେଲକ୍ଚୁଆଲସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଶ୍ରୀକ୍ଷେତ୍ର ଗୌରବ ସମ୍ମାନ ୨୦୨୨ । ରବିବାର ସନ୍ଧ୍ୟାରେ ନାୟକ ପ୍ଲାଜା ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ, ନାୟାକ ପ୍ଲାଜା ପରିଚାଳନା ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ନାୟକ, ପୂର୍ବତନ ନଗର ପାଳ ଗୌରହରି ପ୍ରଧାନ, ଓଡିଶା ଜୀବନବିନ୍ଦୁ କାର‌୍ୟ୍ୟକ୍ରମ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ସେବାୟତ ଭଗବାନ ମହାସୁଆର, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସଞ୍ଜୀବ ରଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ସେବାମୂଳକ ତଥା ଶିକ୍ଷାବୀତଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ସନ୍ତୋଷ ପାତ୍ର, ଉମାକାନ୍ତ ବେହେରା, ରବିନାରାୟଣ ଦାଶ, ହରେକୃଷ୍ଣ ମିଶ୍ର, ଅମିତ କୁମାର ଚାଟାର୍ଜୀ, ଅକ୍ଷୟ କୁମାର ବ୍ରହ୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here