ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ଦନ୍ତଓ୍ବୋଡ଼ା ଜିଲା କସେଲି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍‌କୁ ମାଓବାଦୀମାନେ ପୋଡିଦେଇଛନ୍ତି। ବୁଧବାର ସକାଳେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ବସଟି ଦନ୍ତଓ୍ବୋଡ଼ା ଯିବା ସମୟରେ ୧୫ ରୁ ୨୦ ମାଓବାଦୀ କସେଲି ନିକଟରେ ବସ୍‌କୁ ଅଟକାଇଥିଲେ। ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇଦେବା ପରେ ନିଆଁ ଲଗାଇ ଦେଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ସିଆର୍‌ପି କ୍ୟାମ୍ପଠାରୁ ମାତ୍ର ଗୋଟିଏ କିଲୋମିଟର ଦୁରରେ ଏହି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here