ବିଶିଷ୍ଟ କବି ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା ।
ଉଭୟ ଓଡିଆ ଓ ଇଂଗ୍ରାଜୀ ଭାଷାରେ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ସାରସ୍ବତ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଗଙ୍ଗାଧର ସାହିତ୍ୟ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଇଂଗ୍ରାଜୀ ଅଧ୍ୟାପକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଡକ୍ଟର ପରିଚ୍ଛା ପଟ୍ଟନାୟକ ଓଡିଶା ସାହିତ୍ୟ ଏକାଡେମୀର ସଂପାଦକ, ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ ।
ଡକ୍ଟର ପରିଚ୍ଚା ପଟ୍ଟନାୟକଙ୍କ ବିଯୋଗରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।