ଅହମ୍ମଦାବାଦ ବିସ୍ଫୋରଣ ଘଟଣାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ସ୍ୱତନ୍ତ୍ର କୋର୍ଟ ଆଜି ଏନେଇ ରାୟ ଶୁଣାଇଛନ୍ତି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ବାକି ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୦୮ ମସିହା ଜୁଲାଇ ୨୬ରେ ଘଟିଥିଲା ସିରିଏଲ ବିସ୍ଫୋରଣ । ୭୦ ମିନିଟ ଭିତରେ ବିଭିନ୍ନ ସ୍ଥାନରେ ୨୧ଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୫୬ ଜଣ ଏବଂ ୨ ଶହରୁ ଅଧିକ ଗୁରୁତର ହୋଇଥିଲେ । ବିସ୍ଫୋରଣ ପାଇଁ ଇଣ୍ଡିଆନ ମୁଜାହିଦ୍ଦିନ ସଂଗଠନକୁ ଦାୟୀ କରାଯାଇଥିଲା । 2002 ର ଗୋଧ୍ରା ଦଙ୍ଗା ଘଟଣାର ପ୍ରତିଶୋଧ ନେବା ପାଇଁ ସେମାନେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ପୋଲିସ ସୂତ୍ରରୁ କୁହାଯାଇଥିଲା । ଇଣ୍ଡିଆନ ମୁଜାହିଦ୍ଦିନ ସହ ସଂପୃକ୍ତ ପ୍ରାୟ 80 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । 2009 ଡିସେମ୍ବରରୁ ଏହି ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here