ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଲା ମାରଣାସ୍ତ୍ର । ଅଭିଯୁକ୍ତ ଅଫତାବଙ୍କ ଫ୍ଲାଟରୁ ଏହି ହତିଆର ଜବତ କରିଛି ପୋଲିସ । ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟିଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି । ପ୍ରଥମେ ପୋଲିସକୁ ଭୁଆଁ ବୁଲାଉଥିବା ଅଭିଯୁକ୍ତ ଅଫତାବ ଏବେ ପୋଲିସକୁ ସହଯୋଗ କରୁଛି ବୋଲି ସୂଚନା ରହିଛି । ଆହୁରି ଅଧିକ ପ୍ରମାଣ ଯୋଗାଡ ପାଇଁ ଦିଲ୍ଲୀପୋଲିସ କରୁଛି ତନାଘନା ।

LEAVE A REPLY

Please enter your comment!
Please enter your name here