ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 42 ଜଣଙ୍କୁ ଗିରଫ କଲା ପୋଲିସ । ଯାଜପୁର ଜିଲ୍ଲା ଏସପି ଏହି ସୂଚନା ଦେଇଛନ୍ତି । ଗତକାଲି ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଥ୍ ରିଗିଂ ସମୟର ଦୃଶ୍ୟ ଉତ୍ତୋଳନ କଲାବେଳେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବିଭିନ୍ନ ଗଣମାଧ୍ୟମର ତିନିଜଣ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ । ଆକ୍ରମଣର ଶୀକାର ହୋଇଥିବା ତିନିଜଣ ସାମ୍ବାଦିକ ହେଲେ ଦେବାଶୀଷ ସାହୁ, ଗୁଲସନ ଅଲ୍ଲୀ ନଓ୍ବାଜ, ଓ ବିଜୟ ସାହୁ । ସର୍ବସାଧାରଣରେ ରାସ୍ତା ଉପରେ ସାମ୍ବାଦିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ଗତକାଲି ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ 11 ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆକ୍ରମଣ ସଂଖ୍ୟା 42କୁ ବୃଦ୍ଧି ପାଇଛି । ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଅନ୍ୟପକ୍ଷରେ ବାଲେଶ୍ବର ନୀଳଗିରିରେ ଗତକାଲି ନିର୍ବାଚନ କଭରେଜ କରୁଥିବା ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଆଣିଥିବା ବେଳେ ଆଜି ଗାଁ ଲୋକେ ପୋଲିସ ଗାଡି ଅଟକାଇ ଅଭିଯୁକ୍ତକୁ ଛଡାଇ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here