ଧାର ଧାର ହୋଇ ନିମ୍ବ ଗଛରୁ ବାହାରୁଛି କ୍ଷୀର । ଆଉ ଦେଖିବାକୁ ଗଛ ପାଖରେ ଲାଗିଯାଉଛି ଲୋକଙ୍କ ଗହଳି । କିଏ ଭଗବାନ କହି ମୁଣ୍ଡିଆ ମାରୁଛି ତ ଆଉ କିଏ ସେଠାରେ ମନ୍ଦିର କରିବାକୁ ପ୍ରସ୍ତାବ ଦେଉଛି । ନିମ୍ବ ଗଛରୁ କ୍ଷୀର ବାହାରିବା ଘଟଣାକୁ ଇଶ୍ୱରଙ୍କ ଅଲୌକିକ କହି ପୂଜାର୍ଚ୍ଚନା ଚାଲିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ରଇନଗୁଡା ଗାଁରେ ।ଦୁଇଦିନ ହେବ ଏହି ଗଛରୁ କ୍ଷୀର ଭଳି ଦେଖାଯାଉଥିବା କିଛି ପାଣି ଓ ଫେଣ ଝରୁଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ତେବେ ଏଭଳି ଘଟଣା କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗାଁର ଗୁଣ ସାହୁ ଙ୍କ ଜମି ରେ ଥିବା ନିମ୍ବ ଗଛରେ ମଧ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here