୧୮ ଜଣ ମହିଳାଙ୍କୁ ବାହା ହୋଇ ଚର୍ଚ୍ଚାରେ ଥିବା ନକଲି ଡାକ୍ତରର କାରନାମା ଶେଷ ହୋଇନି । ଖୋଲିବାରେ ଲାଗିଛି ଅନେକ ଗୁମର । ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାଙ୍କ ଭଉଣୀ । କେନ୍ଦ୍ରାପଡା ଇଶ୍ୱରପୁରରେ ଚଢାଇ କରି ରମେଶ ସ୍ୱାଇଁର ଭଉଣୀକୁ ଉଠାଇ ଆଣିଛି କମିଶନରେଟ ପୋଲିସ । ତାଙ୍କ ନାଁ ରଶ୍ମୀତା ବେଉରା । ଯେତେଥର ବାହା ହୋଇ ରମେଶ ଟଙ୍କା ଓ ଅଳଙ୍କାର ଠକି ଆଣୁଥିଲେ ସେଥିରେ ରହୁଥିଲା ଭଉଣୀର ଭାଗ । ଜଣେ ପିଡୀତା ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ରଶ୍ମିତାଙ୍କୁ ଉଠାଇ ଆଣି ଭୁବନେଶ୍ୱରରେ ଜେରା କରୁଛି । ପରିବାରର ଅନ୍ୟ ସଦସ୍ୟ ଫେରାର ଥିବା ଜଣାପଡୁଛି ।

LEAVE A REPLY

Please enter your comment!
Please enter your name here