ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ଭୋଟଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିଛନ୍ତି । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେବିୱେଟ୍ ନେତା ମାନେ ସେମାନଙ୍କ ମତଦାନ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପିପିଲି ବିଧାୟକ ରୁଦ୍ର ମହାରଥୀ ସେମାନଙ୍କ ମତଦାନ କରିଛନ୍ତି । ମତଦାନ କେନ୍ଦ୍ରରେ ପହଂଚି ମତ ସାବ୍ୟସ୍ଥ କରିଛନ୍ତି ହେବିୱେଟ୍ ନେତା ।

LEAVE A REPLY

Please enter your comment!
Please enter your name here