ଆସନ୍ତା ୨୫ ତାରିଖରୁ ବସିବ ବିଧାନସଭାର ବଜେଟ ଅଧିବେଶନ । ମାତ୍ର ସପ୍ତାହେ ପାଇଁ ବସିବାକୁ ଯାଉଥିବା ଏହି ଅଧିବେସନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ରାଜ୍ୟ ବଜେଟ ଆଗତ କରାଯିବ । ଅଧିବେସନ ସଂପର୍କରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ୭ ଦିନ ମଧ୍ୟରେ ଗୋଟିଏ ଦିନ ଛୁଟି ରହିବ ଏବଂ ୬ ଟି କାର୍ଯ୍ୟଦିବସ ରହିବ ।
25 ତାରିଖରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ ଏବଂ 26 ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କରେ ଆଲୋଚନା କରାଯିବ । 30 ତାରିଖରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ସହ ଲେଖାନୁଦାନ ଆଗତ କରିବେ ଏବଂ 31 ତାରିଖରେ ବ୍ୟୟ ମଂଜୁରୀ ବିଲ୍ ଅନୁମୋଦନ ସହ ଅଧିବେସନ ଶେଷ ହେବ ।

LEAVE A REPLY

Please enter your comment!
Please enter your name here