ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତିଲତା ବାରିକ (ଛୋଟରାୟ)ଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶାନ୍ତିଲତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଓଡିଆ ସଙ୍ଗୀତ ଜଗତର ଏହି ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଶହ ଶହ ଭଜନ, ଜଣାଣ ଗାଇଥିବା ଶାନ୍ତିଲତା ଶ୍ରୀଜଗନ୍ନାତଙ୍କ ପରମ ଭକ୍ତ । ତାଙ୍କ କଣ୍ଠରେ ଅନେକ ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ଓଡିଶାର ଘରେ ଘରେ ଆଦୃତି ଲାଭ କରିଛି ।

LEAVE A REPLY

Please enter your comment!
Please enter your name here