ବିଲୁପ୍ତ ପ୍ରଜାତି ମାନଙ୍କ ମଧ୍ୟରେ ସିଂହ ସାମିଲ ଥିବା ବେଳେ ବର୍ତ୍ତମାନ ଏକ ନୂଆ ଆଶା ଦେଖାଦେଇଛି. ବୈଜ୍ଞାନିକମାନେ ପ୍ରଥମଥରପାଇଁ  ସିଂହର ଟେଷ୍ଟ ଟ୍ୟୁବ ବେବି କୁ ଜନ୍ମ କରାଇଛନ୍ତି. ତେବେ ଏହି ସିଂହ ଛୁଆମାନେ ସୁସ୍ଥ ଅଛନ୍ତି ଏବଂ ଆଖପାଖରେ ବୁଲୁଛନ୍ତି. ଆଇଭିଏଫ ଟେକ୍ନୋଲୋଜୀ ସାହାଯ୍ୟରେ ୟୁନିଭରସିଟି ଅଫ ପ୍ରିଟୋରିଆର ବୈଜ୍ଞାନିକମାନେ ଏହି ସିଂହ ଛୁଆକୁ ଜନ୍ମ କରାଇବାରେ ସଫଳ ହୋଇଛନ୍ତି. ଏକ ପୁରୁଷ ସିଂହର ସ୍ପର୍ମକୁ ଏକ ମାଈ ସିଂହର ଗର୍ଭାଶୟରେ ପକାଯାଇଥିଲା.ତେବେ ସାଢେ ତିନି ମାସ ପରେ ମାଈ ସିଂହଟି ଉକୁଟୁଲୁ କନଜରଭେଶନ ସେଣ୍ଟରରେ ଗୋଟିଏ ମାଈ ସିଂହ ଓ ଗୋଟିଏ ଅଣ୍ଡିରା ସିଂହକୁ ଜନ୍ମ ଦେଇଥିଲା.

LEAVE A REPLY

Please enter your comment!
Please enter your name here