ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ଚିତା’ ନାମକ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବରଫାବୃତ୍ତ ଦୁର୍ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ଟିମକୁ ପଠାଯାଇଛି । ତେବେ ଦୁର୍ଘଟଣାରେ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିନି । ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନଟି ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏବଂ ସମଗ୍ର ଅଞ୍ଚଳ ସଂପୂର୍ଣ୍ଣ ବରଫାବୃତ । ହେଲିକପ୍ଟରରେ ପାଇଲଟ ଓ କୋ-ଫାଇଲଟଙ୍କ ସହ ବିଏସଏଫ ଟିମ୍ ଥିଲେ । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here