ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି ବିଧାୟକଙ୍କ ଔଦ୍ଧତ୍ୟ । ନିରୀହ ଜନତାଙ୍କ ଉପରେ ଗାଡି ଚଢାଇ ଗୁରୁତ୍ତର କରିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କିନ୍ତୁ ଗାଡି ଚଢାଇବା ପରେ ବର୍ତ୍ତି ନଥିଲେ ବିଧାୟକ । ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ଲୋକମାନେ ବିଧାୟକଙ୍କୁ ଗାଡିରୁ ଭିଡିଆଣି ମାରିଥିଲେ । ଏବଂ ଲହୁଲୁହାଣ କରିଦେଇଥିଲେ । ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ଆହତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ପୋଲିସ ବାରଣ ମାନିନଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଆଇଆଇସି ଗାଡି ଆଗରେ ଠିଆ ହୋଇ ବାରଣ କରିଥିଲେ ସୁଦ୍ଧା ସେ ନମାନି ଗାଡି ମଡାଇଦେଇଥିଲେ । ପୋଲିସ ଓ ଲୋକଙ୍କ ଉପରେ ଗାଡି ଚଢାଇବାକୁ ଚେଷ୍ଟା କରିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ପୋଲିସକୁ ଡ୍ୟୁଟିରେ ବାଧା ଦେବା, ପବ୍ଲିକକୁ ଆଘାତ ଦଫା ଲାଗିଛି ।

LEAVE A REPLY

Please enter your comment!
Please enter your name here