ମା’ଲୋ…ମଲି ଅଙ୍ଗନୱାଡିରେ ଚାକିରି କଲି.. ଅଙ୍ଗନଓାଡି କର୍ମୀ ଓ ସହାୟିକାଙ୍କ ଏମିତି ଗୀତରେ କଂପି ଉଠୁଥିଲା ବିଧାନସଭା ସମ୍ମୁଖ ଧାରଣାସ୍ଥଳ.  ବିଧାନସଭା ଅଧିବେଶନ ଆରମ୍ଭରୁ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କର ଏକ ବିଶାଳ ପଟୁଆର ଆଜି ପହଞ୍ଚିଥିଲା ବିଧାନସଭା ସମ୍ମୁଖ ଧାରଣାସ୍ଥଳରେ. ଅଙ୍ଗନୱାଡି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ବିଶାଳ ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଯୋଗ ଦେଇଥିଲେ. ଏସଏନପିର ଦର ସଂଶୋଧନ ପୂର୍ବରୁ ସହମତି ହୋଇଥିବା ଦାବୀ ଅଙ୍ଗନୱାଡି କର୍ମୀଙ୍କୁ ସୁପର ଭାଇଜର ପଦକୁ ପଦୋନ୍ନତି ହାର ବୃଦ୍ଧି କରିବା, ସହାୟିକାଙ୍କୁ ପଦୋନ୍ନତି ଦେବା, ଗ୍ରୀଷ୍ମକାଳୀନ ଛୁଟି , ବହିଷ୍କାର ଅବଧିକୁ ୬୫ ବର୍ଷ ବୟସକୁ ବୃଦ୍ଧି କରିବାକୁ ଏହି ସମାବେଶରେ ଦାବୀ କରାଯାଇଥିଲା. କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ସର୍ବନିମ୍ନ ଭତ୍ତା , ୧୮୦୦୦ ଟଙ୍କା କରିବା ଓ ସର୍ବନିମ୍ନ ପେନସନ ୩୦୦୦ ଟଙ୍କା କରିବାକୁ ବିକ୍ଷୋଭକାରୀ ମାନେ ଦାବୀ କରିଥିଲେ. ତେବେ ଗୀତ ମାଧ୍ୟମରେ ଅଙ୍ଗନଓାଡି କର୍ମୀ ସେମାନଙ୍କ ସମସ୍ୟା ଓ ଦୁଃଖ ଉପସ୍ଥାପନ କରିବା ସମାବେଶକୁ ବେଶ୍ ଆମୋଦିତ କରିଥିଲା. ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ସଭାରେ ଏଆଇଟିୟୁସିର ସାଧାରଣ ସମ୍ପାଦକ ସୌରିବନ୍ଧୁ କର ସର୍ବଭାରତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here