କମେଣ୍ଟ ସହିପାରିଲେନି । ଆତ୍ମହତ୍ୟା କରିଦେଲେ । ପଞ୍ଚାୟତ ନିର୍ବାଚନ ଫଳାଫଳ ବାହାରିବା ପରେ ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ । ସମିତି ସଭ୍ୟା ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ ସୁମତି ପରିଡା । ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତୀଙ୍କ ଘର ଆଗଦେଇ ଯାଉଥିବା ବେଳେ ବାହାରେ ଛିଡା ହୋଇଥିଲେ ସୁମତୀଙ୍କ ସ୍ବାମୀ ରମାକାନ୍ତ । ବିଜୟୀ ପ୍ରାର୍ଥୀ ସୁମତୀଙ୍କ ପ୍ରାର୍ଥୀତ୍ବକୁ ନେଇ କମେଣ୍ଟ ମାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ସୁମତୀଙ୍କ ସ୍ବାମୀ ରମାକାନ୍ତ ଘର ଭିତରକୁ ଯାଇ ସୁମତୀଙ୍କୁ କାହିଁକି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲୁ ବୋଲି କହି ଗାଳି ଦେଇଥିଲେ । ନିର୍ବାଚନକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସୁମତୀ ବିଷ ପିଇ ଦେଇଥିଲେ । ପତ୍ନୀ ବିଷ ପିଇ ଗୁରୁତର ହେବାରୁ ସ୍ବାମୀ ରମାକାନ୍ତ ଆତ୍ମହତ୍ୟା କରି ଦେଇଥିଲେ । ଭଦ୍ରକ ମେଡିକାଲରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ବେଳେ ସ୍ତ୍ରୀ ସୁମତୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ପୋଲିସ ଘଟଣାର ଛାନଭିନ୍ କରୁଛି ।

LEAVE A REPLY

Please enter your comment!
Please enter your name here