ଦିବା ଲୋକରେ ଲୋମଟାଙ୍କୁରା ଘଟଣା । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ । ଦିନ ୧୨ଟା, ହଠାତ ଜୁଏଲାରୀ ଦୋକାନ ସମ୍ମୁଖରେ ଲାଗିଥିଲା ବାଇକ୍ । ଗାଡି ରଖି ଦୋକାନକୁ ପଶିଥିଲେ ଦୁର୍ବୃତ୍ତ । ପରେ ଦୋକାନରେ ବସିଥିବା ମାଲିକଙ୍କ ଆଖିକୁ ସ୍ପ୍ରେ ମାରି ସବୁ ଗହଣା ଲୁଟିନେଇଥିଲେ ଲୁଟେରା । ମାଲିକ ପଛରେ ଆସିବାରୁ ଲୁଟେରା ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଭାଗ୍ୟବଶତଃ ଗୁଳି କବଳରୁ ବର୍ତ୍ତିଯାଇଥିଲେ ମାଲିକ । ଘଟଣାଟି ସ୍ମାର୍ଟ ସିଟି ଉପକଣ୍ଠ ଜାଆଁଳାରେ ଘଟିଛି । ଯାହାର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ଦିନ ଦ୍ୱିପହରରେ ଏମିତି ଘଟଣାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ, ବ୍ୟସ୍ତ ହୋଇପଡିଲେଣି ରାଜଧାନୀବାସୀ । ସବୁଠୁ ବଡ କଥା ହେଲା ଜୁଏଲାରୀ ଦୋକାନକୁ ଲାଗି ପାଖରେ ଏକ ଫାଣ୍ଡି ରହିଛି । ସାଧାରଣରେ କଥା ଉଠୁଛି ଫାଣ୍ଡି ପାଖରେ ଯଦି ଏମିତି କାଣ୍ଡ ହେଉଛି ତାହେଲେ ସାଧାରଣ ଲୋକେ କେମିିତି ସୁରକ୍ଷିତ ରହିବେ ।

LEAVE A REPLY

Please enter your comment!
Please enter your name here