ରାଜ୍ୟବ୍ୟାପୀ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଗାଁରୁ ସହର ସମସ୍ତେ ପରସ୍ପରକୁ ରଙ୍ଗ ଅବିର ବୋଳି ହୋଲି ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଜୀବନରେ ହୋଲି ଆନନ୍ଦ ଉଲ୍ଲାସ ଆଣିଦେଉ ବୋଲି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ଶକ୍ତି ଭରିଦେଉ ବୋଲି କାମନା କରିଛନ୍ତି । ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକମାନେ ହୋଲିର ଭରପୁର ମଜା ନେଇଛନ୍ତି । ଭୁବନେଶ୍ବର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ତାଙ୍କ ବାସଭବନରେ କର୍ମୀ ଓ ସମର୍ଥକଙ୍କ ସହ ହୋଲି ଖେଳି ନିର୍ବାଚନରେ ସହଯୋଗ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here