ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ପ୍ରଥମଦିନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ଅର୍ଥନିତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିପାଇଁ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିରୋଧୀମାନେ ସିଏଏ ଓ ଏନ୍‌ଆରସି ଉପରେ ଆପତ୍ତି ଉଠାଇଥିଲେ । ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାପାଇଁ ପ୍ରଧାନମନ୍ତ୍ରୀ ରାଜି ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ । ବୈଠକରେ ୨୬ଟି ରାଜନୈତିକ ଦଳ ଯୋଗ ଦେଇଥିଲେ । ଦେଶର ଅର୍ଥନୈତିକସ୍ଥିତ, ନୂତନ ନିଯୁକ୍ତି ଓ ଅନ୍ୟାନ୍ୟ ଦିଗ ଉପରେ ଉପରେ ଆେଲୋଚନା ହେବ । ସଂସଦର ମିଳିତ ଅଧିବେଶନ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇ କହିଛନ୍ତି ସରକାର ସବ୍‌କା ସାଥ ସବ୍‌କା ବିକାସ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି ।ନୂଆ ଭାରତ ନିର୍ମାଣ ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି । ଦେଶ ବିକାଶ ଦିଗରେ ଆଗେଇ ଚାଲିଛି । ଜାମ୍ମୁକାଶ୍ମୀର ସମ୍ପୂର୍ଣ ମିଶ୍ରଣ ସମ୍ଭବ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ କ୍ଷତି ଲାଭ କରିଛି । ନାଗରିକକତା ସଂଶୋଧନ ଆଇନ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି । ପାକିସ୍ଥାନରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣକୁ ସେ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here