‘ମୋତେ ଉଠାଇ ଆଣି ବହୁତ ପିଟିଛନ୍ତି’ । ‘ମୋ କ୍ୟାମେରା, ମୋବାଇଲ , ପାସବୁକ୍ ଛଡାଇନେଇଗଲେ’ । ‘ମୁଁ ଯଦି ମରିଯାଏ ମୋ ଶବକୁ ଏହି ପାପୀ ମାନଙ୍କୁ ଦେବନି’ । ‘ମୋ ଗାଁକୁ ଶବ ନେଇଯିବ’ । ଏମିତି କିଛି ଲେଖାଥିଲା ମାନସଙ୍କ ହାତଲେଖା ଶେଷ ଚିଠି ।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଦୟାଲ ଆଶ୍ରମର କେୟାରଟେକର ଜୈନିକା । ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ଚିଠି । ଆଶ୍ରମର ଗୋଟିଏ ଘର ଝାଡୁ କଲାବେଳେ ଖଟତଳୁ ମୁଁ ଚିଠି ପାଇଥିଲି । ପଲିଥିନରେ ଥିବା ଚିଠିରେ ଅନେକ କଥା ଲେଖା ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ଚିଠି ଶେଷରେ ନାଁ , ଫୋନ ନମ୍ବର ମଧ୍ୟ ଲେଖିଥିଲେ ମାନସ । ମୁଁ ଚିଠିଟି ପଢିବା ପରେ ସଂଧ୍ୟାରେ ଶର୍ମିଷ୍ଠା ମ୍ୟାଡାମଙ୍କୁ ଦେଇଥିଲି । ଆଶ୍ରମକୁ ବହୁତ ବଡ ବଡିଆ ଲୋକ ଯାଆସ କରନ୍ତି ବୋଲି କେୟାରଟେକର କହିଛନ୍ତି ।

LEAVE A REPLY

Please enter your comment!
Please enter your name here