ସାରା ଦେଶ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରୁଛି. ଏହି ଦିବସରେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଭିନ୍ନ ଧରଣର ଆୟୋଜନ ମଧ୍ୟ କରାଯାଇଛି. ତେବେ ଗୁଗୁଲ ମଧ୍ୟ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରୁଛି. ସେଥିପାଇଁ ଗୁଗୁଲ ନିଜର ସ୍ପେଶାଲ ଡୁଡୁଲ ମାଧ୍ୟମରେ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନକୁ ବ୍ୟକ୍ତ କରିଛି. ଡୁଡଲ ମଧ୍ୟରେ ଗୁଗୁଲ ଜି ଆକାରର ଏକ ଗ୍ଲୋବ କରିଛି ଯାହା ଘୂରୁଥିବା ଅବସ୍ଥାରେ ରହୁଛି ଏବଂ କିଛି ସମୟ ଘୂରିବା ପରେ ତାହା ବନ୍ଦ ହୋଇଯାଉଛି. ତେବେ ଏହି ଭିଡିଓଟି ଏହା ସୂଚାଇଦେଉଛି ଯେ, ଏହାକୁ କ୍ଲିକ କରିବା ମାତ୍ରେ ଜଣେ ଚଷମା ଲଗା ଶିକ୍ଷକ ବାହାରିବା ସହ ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥ, ମ୍ୟୁଜିକ ଓ ସ୍ପୋର୍ସର ଉପକରଣ ସବୁ ଚାରିପଟେ ବିଚ୍ଛୁରିତ ହେଉଥିବା ଦେଖିବାକୁ ମିଳିବ.

LEAVE A REPLY

Please enter your comment!
Please enter your name here