ଶେହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ବିରୋଧୀ ଦଳ ନେତା ଥିବା ଶେହବାଜ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ଦ୍ବାରା ବହିଷ୍କୃତ କରାଯିବା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ ବିରୋଧୀ ଦଳ ନେତା ଶେହବାଜ୍ । ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ଲିରୁ ଇମ୍ରାନ ଖାନ୍ ଏବଂ ତାଙ୍କ ଦଳର ସଦସ୍ୟମାନେ ଇସ୍ତଫା ଦେଇଛନ୍ତି । ଇମ୍ରାନ କହିଛନ୍ତି ସେ ଚୋରମାନଙ୍କ ସହ ଏକାଠି ବସିପାରିବେ ନାହିଁ । ପାକିସ୍ତାନରେ ତାଙ୍କୁ ହଟାଇବା ଏବଂ ଅସ୍ଥିର ପରିସ୍ଥିତି ସୃଷ୍ଟି କରିବାରେ ଆମେରିକାର ହାତ ରହିଛି ବୋଲି କହିଛନ୍ତି ଇମ୍ରାନ । ଇମ୍ରାନଙ୍କ ପିଟିଆଇ ଦଳର ସଦସ୍ୟମାନେ ସରକାରରେ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ହେଇଥିବା ଶେହବାଜଙ୍କ ବିରୋଧରେ 16 ବିଲିଅନ ଓ 8 ବିଲିଅନ ଦୁଇଟି ଦୁର୍ନୀତି ମାମଲା ରହିଛି । ଏଭଳି ଜଣେ ଦୁର୍ନୀଗ୍ରସ୍ତ ବ୍ୟକ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଦୁର୍ଭାଗ୍ୟ ବୋଲି କହିଛନ୍ତି ଇମ୍ରାନ ।

LEAVE A REPLY

Please enter your comment!
Please enter your name here