କତାରରେ ଆଠଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗତବର୍ଷ ଅଗଷ୍ଟ ମାସରେ ସେମାନଙ୍କୁ କତାର ପୋଲିସ ଗିରଫ କରିଥିଲା । ପ୍ରାୟ ବର୍ଷେ କାଳ ଜେଲରେ ରଖିବା ପରେ ଆଠଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ କତାରର ଏକ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ପୂର୍ବତନ ନୌ-ଅଧିକାରୀମାନେ କତାରର ଏକ କଂପାନୀରେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ପରେ ଭାରତ ସରକାର ବିଳମ୍ବରେ ଏହି ସୂଚନା ପାଇଥିଲେ । କତାର ଅଭିଯୋଗ କରିଛି ଯେ, ପୂର୍ବତନ ଭାରତୀୟ ନୌ ସେନା ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ । ତେବେ ଭାରତ ଏହାକୁ ଖଣ୍ଡନ କରିବା ସହ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି । କତାରର ଏକ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ ଭାରତ ସରକାର ସହଜରେ ଗ୍ରହଣ କରିପାରିନାହାଁନ୍ତି । ଏପରିକି କେଉଁ କାରଣ ପାଇଁ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାର କତ୍ତାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here