ଲଗାତାର ୩ ଦିନ ହେବ ଜାରି ରହିଛି ରେସ୍କ୍ୟୁ ଅପରେସନ । ଭାରତୀୟ ଯବାନମାନେ ନିଜ ଅପ୍ରାଣ ଉଦ୍ୟମରେ ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ । ଏବେ ବି ଆଉ ୨ ଜଣ ରୋପୱେରେ ଫସି ରହିଛନ୍ତି । ଉଦ୍ଧାରବେଳେ ରସି ଛିଡିବାରୁ ଜଣେ ମହିଳା ତଳେ ପଡିଯାଇଛନ୍ତି । କିିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ସେନାର ଏମ୍-୧୭ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଛି । ଝାଡଖଣ୍ଡ ଦେଓଘର ରୋପେୱ ଘଟଣାକୁ ତିନି ଦିନ ବିତିଗଲାଣି । ଆଜି ସକାଳୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ଆଉ ଦୁଇ ଜଣ ବିପଦଜନକ ଭାବେ ଝୁଲି ରହିଛନ୍ତି । ଡ୍ରୋନ ଜରିଆରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା ।ରୋପୱେର ୧୨ଟି କ୍ୟାବିନ୍ ୨୦୦୦ ଫୁଟ ଉଚ୍ଚରେ ଝୁଲି ରହିଥିଲା ।