ଚଳିତବର୍ଷ ଖରା ଛୁଟିରେ ରାଜ୍ୟ ସରକାର କାଣ୍ଟଛାଣ୍ଟ କରିଛନ୍ତି । କୋଭିଡ କଟକଣା ଯୋଗୁ ଦୁଇବର୍ଷ ଧରି ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଚଳିତବର୍ଷ ସରକାର ଖରାଛୁଟି ହ୍ରାସ କରିଛନ୍ତି । ଜୁନ୍ 6 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଖରାଛୁଟି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର 10 ଦିନ ପାଇଁ ଖରାଛୁଟି କରାଯିବ । ପୂର୍ବରୁ ବିଦ୍ୟାଳୟଗୁଡିକରେ ଖରାଛୁଟି ଦେଢମାସ ଯାଏଁ ହେଉଥିଲା । ତେବେ ଜୁନ 5 ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ । ମାତ୍ର ପ୍ରଚଣ୍ଡ ଖରାଯୋଗୁ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କରାଯାଇ ସକାଳ 6 ଟାରୁ 9 ଟା ଯାଏଁ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here