ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଏଟିଏମ୍ ତାଡିନେବା ଘଟଣା ପଛରେ ବାଂଲାଦେଶୀ ଲୁଟେରା । ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ଅନୁଯାୟୀ, ଏଟିଏମ ଓପାଡିନେବା ପରେ ସେମାନେ ବେଙ୍ଗାଲୁର ପଳାଇଥିଲେ । ପ୍ରାୟ 30ଟି ହୋଟେଲ ଯାଞ୍ଚ କରିବା ପରେ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା କମିଶନରେଟ ପୋଲିସ । ଗିରଫ ଲୁଟେରା ଲୁଟଟଙ୍କା ବାଂଲାଦେଶ ପଠାଇଥିଲେ । ତେଣୁ ସେମାନଙ୍କ ନିକଟରୁ ଅଧିକ ଟଙ୍କା ଜବତ କରାଯାଇପାରିନି । ଲୁଟ୍ ସହ ସଂପୃକ୍ତ ଆଉ ଦୁଇ ବାଂଲାଦେଶୀଙ୍କୁ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here